ତୁକୁଡ଼ା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଏବଂ ବନ୍ଧୁମିଳନ ଉତ୍ସବ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ତୁକୁଡ଼ା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଏବଂ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଛି ।  ଉଚ୍ଚ ବିଦ୍ୟାଳୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କଲ୍ୟାଣକର ତ୍ରିପାଠୀ, ପୂର୍ବତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମିଶ୍ର, ପୂର୍ବତନ ସଂସ୍କୃତ ଶିକ୍ଷକ  ବ୍ରଜମୋହନ ଓଝା, ପର୍ବତନ କ୍ରିଡା ଶିକ୍ଷକ ସୁରେଶ ଚନ୍ଦ୍ର ପ୍ରଧାନ ଏବଂ ପୂର୍ବତନ କର୍ମଚାରୀ ଶ୍ରୀଯୁକ୍ତ ଲମ୍ବୋଦର ସାହୁ ବିଦ୍ୟାଳୟ ରୁ ଅବସର ନେଇଥିବା ଅବସରରେ ପୁରାତନ ଛାତ୍ର ସଂସଦ ତରଫରୁ ସମ୍ବର୍ଦ୍ଧନ ସଭା ଅନୁଷ୍ଠିତ ହୋଇଯାଇଅଛି। ପୁରାତନ ଛାତ୍ର ସଂସଦ ର ସଭାପତି  ଅପିନ୍ଦ୍ର ଦେହୁରୀ ଙ୍କ ସଦ୍ଭାପତିତ୍ଵ ରେ ଅନୁଷ୍ଠିତ ସଭା ରେ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ବୃନ୍ଦ, ୩୮ ଟି ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ବୃନ୍ଦ ଏବଂ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀ ଅବସର ନେଉଥିବା ଶିକ୍ଷକ ମାନେ ୩୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ବିନା ବେତନରେ କରିଥିବା ଶିକ୍ଷାଦାନ କୁ ସ୍ମରଣ କରି ଦ୍ଭାବବିହ୍ୱଳ ହୋଇଥିଲେ। ସଭାକୁ କମରେଡ ରଣଜିତ୍ ପ୍ରଧାନ, ପଦ୍ମଲୋଚନ ସାହୁ, ନାରାୟଣ ନାଏକ ଏବଂ ଶକ୍ତିକାନ୍ତ ଦେହୁରୀ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭ ରେ ବିଦ୍ୟାଳୟ ପରିସର ରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ଗୁରୁବନ୍ଦନା ଏବଂ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୩,୦୦୦ ରୁ ଉର୍ଦ୍ଧ ଲୋକଙ୍କ ଗହଣ ରେ ଏକ ସୁସଜ୍ଜିତ ଗାଡ଼ି ରେ ଗ୍ରାମ ପରିକ୍ରମା କରି ଗୁରୁଜୀ ମାନଙ୍କୁ ବିଦାୟ ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ଛାତ୍ର ସଂସଦ ଉପସଭାପତି ବାବୁଲି ସାହୁ, ସମ୍ପାଦକ ବିଶ୍ୱଜିତ୍ ସାହୁ, ସହ ସମ୍ପାଦକ ପ୍ରବୀର ବେହେରା, କୋଷା ଧ୍ଯକ୍ଷ ସୁଜୀତ ସାହୁ, ସହ କୋଷାଧ୍ୟକ୍ଷ ସଦାନନ୍ଦ ମୁଦୁଲୀ, ମାନସ ସାହୁ, ନାରାୟଣ ନାଏକ, ପ୍ରିୟବ୍ରତ ସାହୁ, ବୈକୁଣ୍ଠ ସାହୁ ରିଙ୍କୁ ସାହୁ,ମାୟାଧର ସାହୁ, ସୁନିଲ ଗଡ଼ନାୟକ, ସୁଜିତ୍ ସାହୁ, ସୁରେଶ ଚନ୍ଦ୍ର ଗଡ଼ନାୟକ, ଅର୍ଜୁନ ସାହୁ, ଲିଙ୍ଗରାଜ ମୁଦୁଲି ଓ ଅନେକ ପୁରାତନ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।