କଣିହାଁ: ଅନୁଗୋଳ ଜିଲ୍ଲା ସମଲ ଥାନା ବିଲିଣ୍ତା ଗ୍ରାମ ନିକଟରେ ବୁଲେଟ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ ସାନଟିପୋ ଗ୍ରାମର କେଶବ ଚନ୍ଦ୍ର ସାହୁ । ସୂଚନା ଯେ , କେଶବ ବିଲିଣ୍ତା ଅଞ୍ଚଳକୁ ସ୍କୁଟିରେ ଯାଉଥିବା ବେଳେ ଗୋଡିବନ୍ଧ ରୁ ଆସୁଥିବା ଏକ ବୁଲେଟ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ କେଶବଙ୍କର ମୃତ୍ୟୁ ହୋଇଥିଲା । ସମଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ସହ ୨ ବାଇକ୍ କୁ ଜବତ କରି ଘଟଣାର ଛାନଭିନ୍ କରୁଛି ।
