୯୩ ବର୍ଷୀୟ ବୃଦ୍ଧାକୁ ମିଳୁନାହିଁ ୩୫୦୦ ଟଙ୍କା ଭତ୍ତା

ଛେଣ୍ତିପଦା :ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ କୋଶଳା ପଞ୍ଚାୟତରେ ଅଭାବନୀୟ ବ୍ୟବସ୍ଥା । ସରକାର ବଦଳିଲେ ସତ ବଦଳିନାହିଁ ବ୍ୟବସ୍ଥା ଚାଲିଛି ବ୍ଲକ୍ ଅଧିକାରୀଙ୍କ ମନାମାନି । ୯୩ ବର୍ଷୀୟ ବୃଦ୍ଧା ପାଉ ନାହାଁନ୍ତି ୩୫୦୦ ଟଙ୍କା ଭତ୍ତା । ବୃଦ୍ଧାଙ୍କୁ ପଞ୍ଚାୟତ ଅଧିକାରୀ ନାଲି ଆଖି ଦେଖାଉଥିବା ଅଭିଯୋଗ । ସୂଚନା ଯେ, ମୋହନ ସରକାର ୮୦ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ଦେଉଥିବା ବେଳେ କୋଶଳା ପଞ୍ଚାୟତର ୯୩ ବର୍ଷୀୟ ସାଇବାଣୀ ସେଠୀ ନିଜର ଆବଶ୍ୟକିୟ କାଗଜପତ୍ର ପଞ୍ଚାୟତ ରେ ଜମାକରିଥିଲେ ମଧ୍ୟ ୨ ମାସ ହେବ ତାଙ୍କୁ ୧୨ ଶହ ଟଙ୍କା ମିଳୁଛି । ଏବଂ ସାଇବାଣୀ ସେଠୀ ବର୍ଦ୍ଧିତ ୩୫୦୦ ଟଙ୍କା ମାଗିଲେ ପଞ୍ଚାୟତ ଅଧିକାରୀ ନାଲି ଆଖି ଦେଖାଇ ଘରକୁ ପଠେ ଦେଉଥିବା ଅଭିଯୋଗ କରିଛନ୍ତି ବୃଦ୍ଧା । ଅନ୍ୟ ପକ୍ଷରେ ଏନେଇ ଛେଣ୍ତିପଦା BDO ଓ DSSO ଙ୍କୁ ଫୋନ ମାଧ୍ୟମରେ ଅଭିଯୋଗ ପରେ ମଧ୍ୟ ଭତ୍ତା ମିଳି ପାରିନାହିଁ । ଫଳରେ ଜିଲ୍ଲାପାଳ ୯୩ ବର୍ଷୀୟ ବୃଦ୍ଧା କେବେ ନ୍ୟାୟ ଦେବେ ଅପେକ୍ଷା ରେ ବୃଦ୍ଧା ସାଇବାଣୀ ସେଠୀ ।