କାର ଧକ୍କା ମହିଳା ଗୁରୁତର , ଭାଙ୍ଗିଲା ଦୋକାନ

ଛେଣ୍ତିପଦା : ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୋଶଳା ମେଡିକାଲ ଛକରେ କାର ଧକ୍କା ମହିଳା ଗୁରୁତର ହୋଇଥିବା ବେଳେ ଭାଙ୍ଗିଲା ଦୋକାନ । ଗୁରୁତର ଆହତ ମହିଳା ଜଣଙ୍କ ରେଙ୍ଗାଳୀ ଥାନା କୁଳୁମା ଗାଁର ଲକ୍ଷ୍ମୀ ସେଠୀ । ସୂଚନା ଯେ, କାର ଟି ଅନୁଗୋଳ ରୁ କାକୁଡିଆ ଅଭିମୁଖେ ଯାଉଥିବା ସମୟରେ କୋଶଳା ମେଡିକାଲ ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ବସ୍ କୁ ଅପେକ୍ଷା କରିଥିବା ମହିଳା କୁ ପ୍ରଥମେ ଧକ୍କା ଦେଇଥିବା ବେଳେ ପରେ ଏକ ଫାଷ୍ଟପୋଡ ଦୋକାନ କୁ ଧକ୍କା ଦେଇଥିଲା । ଗୁରୁତର ଆହତ ମହିଳା ଜଣଙ୍କ ପ୍ରଥମେ କୋଶଳା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ହୋଇଛନ୍ତି । ତାଙ୍କର ବାମ ଗୋଡ ଭାଙ୍ଗି ଥିବା ସୂଚନା ରହିଛି । ଛେଣ୍ତିପଦା ପୋଲିସ ଗାଡିକୁ ଜବତ କରିବା ସହ ତଦନ୍ତ ଚଳାଇଛି ।