ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଜେସିବି ଓ ହାଇଓ୍ବା ଅଟକ କଲେ ଗ୍ରାମବାସୀ

କଣିହାଁ :ଅନୁଗୋଳ ଜିଲ୍ଲା କଣିହାଁ ତହସିଲ ଅଧିନସ୍ଥ ସୁଲେଇପାଳ ଗାଁରେ ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ସମୟରେ ଜେସିବି ଓ ହାଇଓ୍ବା ଅଟକ କଲେ ଗ୍ରାମବାସୀ । ସୂଚନା ଯେ , ବ୍ରାହ୍ମଣୀ ନଦୀ ର ସୁଲେଇପାଳ ବାଲିଘାଟ ନିଲାମ ହୋଇନଥିବା ବେଳେ ବେଆଇନ ଭାବେ ବାଲି ମାଫିଆ ମାନେ ପ୍ରତ୍ୟେକ ଦିନ ହାଇଓ୍ବା ଗାଡ଼ି ରେ ବାଲି ଚୋରା ଚାଲାଣ କରୁଥିବା ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ କର୍ଣ୍ଣପାତ କରନ୍ତି ନାହିଁ । ଫଳରେ ସରକାରଙ୍କ ରାଜସ୍ବ କ୍ଷତି ହେବା ସହ ଲୋକମାନେ ନାହିଁନଥିବା ଅସୁବିଧା ରେ ସମୁଖନ ହୁଅନ୍ତି । ଆଜି ଗ୍ରାମବାସୀ ବାଲି ଘାଟରୁ ଚୋରା ଚାଲାଣ ସମୟରେ ଗୋଟିଏ ଜେସିବି ଓ ହାଇଓ୍ବା ଅଟକ ରଖି ରେଙ୍ଗାଳୀ ପୋଲିସକୁ ହସ୍ତାନ୍ତର କରିଛନ୍ତି ।