ଗାଁ ସଭାପତି ଚୟନ ପାଇଁ ଗୋଷ୍ଠୀ ସଂଘର୍ଷ , ୩ଜଣ ଆହତ , ଜଣେ ଗୁରୁତର

କଣିହାଁ:ଅନୁଗୋଳ ଜିଲ୍ଲା କଣିହାଁ ଥାନା ଡେରେଙ୍ଗମଝୀସାହି ଗ୍ରାମ ରେ ସଭାପତି ଚୟନ ସମୟରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀ ମଧ୍ୟରେ ୩ଜଣ ଆହତ ହୋଇଥିବା ବେଳେ ସେହି ଗାଁରେ ଯୁବକ ଅଜିତ ଗୁରୁତର ଆହତ ।ପ୍ରଥମେ କଣିହାଁ ପରେ କଟକ ସ୍ଥାନାନ୍ତରିତ ହୋଇଥିବା ସୂଚନା ରହିଛି । ଫଳରେ ଉଭୟ ଗୋଷ୍ଠୀ ଥାନା ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଯେ , ବର୍ତ୍ତମାନ ପ୍ରଶ୍ନନ ନାଏକ ସଭାପତି ରହିଛନ୍ତି ।ଗ୍ରାମର ନିୟମ ଅନୁଯାୟୀ ପ୍ରତି ୩ମାସରେ ଜଣେ ନୂତନ ସଭାପତି ହେବାକୁ ଥିବା ବେଳେ ଆଜି ଚୟନ କରିବା ସମୟରେ ଗୋଷ୍ଠୀ ବିବାଦ ଦେଖିବାକୁ ମିଳିଛି ।