ନଦୀ ବୁଡ଼ ନିଖୋଜ ଘଟଣା, ୪ଦିନରେ ମିଳିଲା ମୃତ ଦେହ

କଣିହାଁ:  ଅନୁଗୋଳ ଜିଲ୍ଲା ରେଙ୍ଗାଳୀ ଜଳ ଭଣ୍ଡାର ନଦୀର ତଳ  ମୁଣ୍ଡରେ ଗାଧେଇବା ସମୟ ପାଣିରେ ବୁଡି ଅର୍ଜୁନ ସାହୁ ନିଖୋଜ ଘଟଣା ୪ଦିନରେ ମିଳିଲା ମୃତ ଦେହ । ସୂଚନା ଯେ, ରେଙ୍ଗାଳୀ ଖପରାଖୋଲ୍ ହଟିଙ୍ଗ୍ ର ଅର୍ଜୁନ ସାହୁ ନଦୀ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ପାୱାର ହାଉସ ଠାରୁ ୮୦୦ ରୁ ୯୦୦ ମିଟର ଦୂରରେ ଗାଧୋଉ ଥିବାଲେ ଫଳରେ  ସ୍ଥାନୀୟ ଲୋକ କଣିହାଁ ଅଗ୍ନିଶମ ବିଭାଗ, ଓଡରାଫ ମିଟ୍  ଖୋଜାଖୋଜି ପରେ ବିଫଳ ହେଇଥିବା ବେଳେ କଟକର କ୍ୟାମେରା ଟିମ୍ ଦ୍ଵାରା ମୃତ ଦେହ ଠାବ । ବ୍ରାହ୍ମଣୀ ନଦୀକୁ ଗାଧେଇ ଯାଇଥିବା ସ୍ଥାନ ଠାରୁ ୨୦ ମିଟର ଦୂର ପଥର ଖୋଲ ପାଖରେ ଭାସୁଥିବା ଅବସ୍ଥାରେ ମିଳିଲା ମୃତ ଦେହ ଉଦ୍ଧାର ହୋଇଛି ।