ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବଡ଼ବେରେଣା ଜଙ୍ଗଲରେ ରୁଙ୍ଗୁଟା କମ୍ପାନୀ ପକ୍ଷରୁ କୋଇଲା ଖଣି ପାଇଁ ଗଛ କାଟିବା ପୂର୍ବରୁ ଚିହ୍ନଟ ପ୍ରକିୟାକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି lସୂଚନା ଯେ ,ଅଳକାନନ୍ଦା କୋଲ ବ୍ଲକକୁ ରୁଙ୍ଗୁଟା କମ୍ପାନୀକୁ କୋଇଲା ଉତ୍ତୋଳନ ପାଇଁ ନିଲାମ ଦିଆଯାଇଛି। କମ୍ପାନୀ ପକ୍ଷରୁ କଙ୍କୁରପାଳ, ବଡ଼ବେରଣା, ଶାଳଖମଣ, ବାହାଳସାହି ଜଙ୍ଗଲ, ଗୋଳାଗାଡ଼ିଆ ଜଙ୍ଗଲ ମୌଜାରେ ଜମିଅଧିଗ୍ରହଣ ଆରମ୍ଭ ହୋଇଛି। ତେବେ ଅଗାମୀ ଦିନରେ ଗଛ କଟା ପାଇଁ କମ୍ପାନୀ ପକ୍ଷରୁ ଯୋଜନା କରିଥିବା ବେଳେ ବନ ବିଭାଗକୁ ହାତ କରି ଗ୍ରାମବାସୀଙ୍କୁ ବିଭିନ୍ନ ଧମକ ଦେଇ ଗଛ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି। ବଡ଼ବେରେଣା ଜଙ୍ଗଲରେ ବନବିଭାଗର କର୍ମଚାରୀ , ବଡ଼ବେରେଣା ଗ୍ରାମସଭାପତି ବନମାଳୀ ଭୋଇ,ଜଙ୍ଗଲ କମିଟି ସଭାପତି ଆନନ୍ଦ ପୃଷ୍ଟି ଓ ରୁଙ୍ଗୁଟା କମ୍ପାନୀ ଅଧିକାରୀଙ୍କ ଉପସ୍ଥିତିରେ ପୁଜା ପାଠ କରି ଗଛ ଚିହ୍ନଟ ଆରମ୍ଭ କରାଯାଇଥିଲା। ଗଛ କଟା ଗଲେ ଆଗାମୀ ଦିନରେ ପରିବେଶ ପ୍ରତି ପ୍ରଭାବ ପଡିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
