କଣିହାଁ :ସରକାରଙ୍କ ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଥିବା ବେଳେ ଅନୁଗୋଳ ଜିଲ୍ଲା ରେଙ୍ଗାଳି ଓଏଚପିସିର ମାନବ ସମ୍ବଳ ଅଧିକାରିଣୀ ନୀଳିମା ଦେବନାଥଙ୍କ ଜାଲ ଜାତି ପ୍ରମାଣପତ୍ର ଘଟଣା । ସେ ତାଙ୍କ ଚାକିରୀ ଆରମ୍ଭରେ ଏକ ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ନେଇ ଦୁଇଜଣ ସୂଚନା ଅଧିକାର କର୍ମୀ ୨୦୧୬ମସିହା ରେ ଏକ କେସ କରିଥିଲେ |ଏହି କେସର ତଦନ୍ତ କରି ରିପୋର୍ଟ ଦାଖଲ ପରେ ଆରଡିସି କଟକ ଙ୍କ ପତ୍ର ସଂଖ୍ୟା ୪୧୮୨ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ନୀଳିମା ଙ୍କୁ ଚାକିରିରୁ ବିଦା କରିବା ସହ ନେଇଥିବା ବେତନ ରାଶି ଫେରସ୍ତ ଓ ଜାଲ୍ ଜାତି ପ୍ରମାଣପତ୍ରରେ ଚାକିରି କରିଥିବାରୁ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆରଡ଼ିସିଙ୍କ ନିର୍ଦ୍ଦେଶ ପରେ କର୍ପୋରେଟ ଅଫିସ ଭୁବନେଶ୍ୱର ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ନିର୍ଦେଶକ ମାନବସମ୍ବଳ ବିଭାଗ ପତ୍ରସଂଖ୍ୟା ୨୭୦୧ ଅନୁସାରେ ରେଙ୍ଗାଳି ଜଳ ବିଦ୍ୟୁତ ନିଗମ ବରିଷ୍ଠ ସାଧାରଣ ପରିଚାଳକ ମେମୋ ନମ୍ବର ନିଳିମା ଦେବନାଥଙ୍କୁ ୮ଏପ୍ରିଲ୍ ୨୦୨୫ ରେ ଚାକିରିରୁ ବହିଷ୍କୃତ କରିବା ସହିତ ଚାକିର ଜୀବନରେ ନେଇଥିବା ଆର୍ଥିକ ଲାଭାଂଶ ଫେରସ୍ତ ପାଇଁ ଚିଠି କରିଥିବା ନେଇ ଓଏଚପିସି ର ବରିଷ୍ଠ ସାଧାରଣ ପରିଚାଳକ ସରୋଜ ବହିଦାରଏନେଇ ସୂଚନା ଦେଇଛନ୍ତି ।
