ଭାଲୁ ଆକ୍ରମଣ ଜଣେ ଗୁରୁତର

ଛେଣ୍ତିପଦା: ଅନୁଗୋଳ ଜିଲ୍ଲାର ଜରପଡା ବନାଞ୍ଚଳ ପରା ବନଦୁର୍ଗା ମନ୍ଦିର ନିକଟରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ସେହି ଗାଁର ସୁମନ୍ତ ପ୍ରଧାନ ।ସୂଚନା ଯେ, ସୁମନ୍ତ ସଖାଳ ସମୟରେ ଗ୍ରମର ବନଦୁର୍ଗା ମନ୍ଦିର ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ଖାଦ୍ୟ ଅନ୍ବେଷଣରେ ଗାକୁ ଆସିଥିବା ଏକ ଭାଲୁ ଆକ୍ରମଣ କରିଥିଲା । ଫଳରେ ଗୁରୁତର ଆହତ ଅବସ୍ଥାରେ ଲୋକମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ କୁ ପଠାଇଛନ୍ତି । ତାଙ୍କର ମୁଣ୍ଡ , ଓ ଦେହରେ ଗଭୀର ଆଘାତ ଲାଗିଛି ।