ଅନୁଗୋଳ: ଆଂଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଆନୁକୁଲ୍ୟରେ ଭୁବନେଶ୍ୱର ଏକାମ୍ର କାନନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ଏହି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୭ ତାରିଖରେ ଉଦଘାଟନ କରିଥିବା ବେଳେ ୧୨ ତାରିଖରେ ଏହି ପ୍ରଦର୍ଶନୀ ଉଦଯାପିତ ହୋଇଥିଲା ।ଜେଏସପିର ପୁଷ୍ପ ପ୍ରଦର୍ଶନୀ ଉଭୟ ବିଚାରକ ଏବଂ ପରିଦର୍ଶକଙ୍କୁ ଆକର୍ଷିତ କରିଥିଲା । “ପ୍ରବାସୀ ଭାରତୀ”ର ବାର୍ତ୍ତା ଦେଇ ଏଥିରେ ବିରଳ ପ୍ରଜାତିର ଫୁଲକୁ ପ୍ରଦର୍ଶିତ କରାଯାଇଥିଲା । ଓଡ଼ିଶାର ବିକାଶରେ ଅଣ ଅବାସିକ ଭାରତୀୟ (ଏନଆରଆଇ)ଙ୍କୁ ନିମନ୍ତ୍ରଣ ଦେବା ଲକ୍ଷ୍ୟରେ ଏଭଳି ଏକ ବାର୍ତ୍ତା ଦିଆଯାଇଥିଲା ।ଜେଏସପି ଅନୁଗୁଳର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲହାନ, କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ. ବି.ପି ମିଶ୍ର ଏବଂ ଇଏମଡି ଉପାଧ୍ୟକ୍ଷ ଶ୍ରୀ ଅଲୋକ ସାହୁଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ ଜେଏସପି ଅନୁଗୁଳର ଉଦ୍ୟାନ କୃଷି ଟିମ୍ ଚମତ୍କାର ଉପସ୍ଥାପନ କରିଥିଲେ, ଯାହା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଥିଲା ।ଡ. ଏସ.ପି. ଶର୍ମା, ଶ୍ରୀ ବାଚସ୍ପତି ମିଶ୍ର ଏବଂ ଜେଏସପି ଅନୁଗୁଳର ଉଦ୍ୟାନ କୃଷି ଟିମ୍ ପୁଷ୍ପ ପ୍ରଦର୍ଶନୀରେ କଂପାନୀର ପ୍ରତିନିଧିତ୍ୱ କରିଥିଲେ । ଏକ ଦୃଢ଼ ଉପସ୍ଥିତି ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ଜରିଆରେ ପୁରସ୍କାର ମଧ୍ୟ ସୁନିଶ୍ଚିତ କରିଥିଲେ ।ପ୍ରଦର୍ଶନୀରେ ଟାଟା ଷ୍ଟିଲ, ଓଏମସି, ଆଦାନୀ, ନାଲକୋ, ହିଣ୍ଡାଲକୋ, ଜେଏସଡବ୍ଲୁ, କିଟ୍ ବିଶ୍ୱବିଦ୍ୟାଳୟ ଭଳି ପ୍ରାୟ ୨୦ଟି କର୍ପୋରେଟ୍ ହାଉସ ଅଂଶଗ୍ରହଣ କରିଥିଲେ ।ପୁରସ୍କାର ବିତରଣ ଉତ୍ସବରେ ଜଙ୍ଗଲ ଓ ପରିବେଶ ତଥା ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଂଟିଆ ଯୋଗଦେଇ ବିଜେତାମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରେମ କୁମାର ଝା, ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର ପନ୍ତ, ପ୍ଲାଂଟ ଲଭର୍ସ ଆସୋସିଏସନର ସଭାପତି ଶ୍ରୀ ଖିରୋଦ କୁମାର ପଟ୍ଟନାୟକ ଏବଂ ଓଡ଼ିଶା ରୋଜ୍ ସୋସାଇଟିର ସଂପାଦକ ଶ୍ରୀ ହେମନ୍ତ କୁମାର ପାଲ ପ୍ରମୁଖ ଯୋଗ ଦେଇଥିଲେ ।ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଜେଏସପିର ଉଲ୍ଲେଖନୀୟ ଯୋଗଦାନ ଏବଂ ପ୍ରଥମ ପୁରସ୍କାର ଭାବେ ମିଳିଥିବା ସଫଳତା, ଜେଏସପିର ପରିବେଶ ଓ ସମାଜ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ସେହିପରି ଏହି ସଫଳତା ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ସବୁଜ ଆବରଣକୁ ବୃଦ୍ଧି କରିବା ପ୍ରତି କଂପାନୀର ସମର୍ପଣକୁ ସୂଚିତ କରୁଛି ।