ମହିଳାଙ୍କ ମୃତ ଦେହକୁ ମେଡିକାଲରୁ ଜବତ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛେଣ୍ଡିପଦା :ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ପୋଲିସ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଥିବା ବେଳେ ମହିଳାଙ୍କୁ ଯୌତୁକ ଓ ମାନସିକ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ l ମୃତ ମହିଳା ଜଣଙ୍କ ହେଉଛନ୍ତି ପାତ୍ରପଡା ଗାଁର ଅର୍ଜୁନ ନାଏକଙ୍କ ସ୍ତ୍ରୀ ଓଷା ନାଏକ l ସୂଚନା ଯେ, ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମର ଓଷା ନାଏକ ବାଗଡିଆ ଥାନା ପାତ୍ରପଡା ଗାଁର ଅର୍ଜୁନ ନାଏକଙ୍କୁ ବିବାହ କରିଥିଲେ l ବିବାହର ପରେ ଯୌତୁକ ପାଇଁ ଓଷାକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ଶାଶୁ ଘର ଲୋକ l ଏପରିକି ଗତ କାଲି ମଧ୍ୟ ଓଷାକୁ ମାଡିପିଟ କରି ଘରେ ଝଗଡା ହୋଇଥିବା ବେଳେ ରାତିରେ ହଠାତ ଉଷା ଆତ୍ମହତ୍ୟା କରିଥିବା ନେଇ ଖବର ପାଇଥିଲେ ଓଷାର ପରିବାର ଲୋକେ l ଖବର ପାଇ ପରିବାର ଲୋକ ଛେଣ୍ଡିପଦା ମେଡ଼ିକାଲରେ ପହଞ୍ଚି ଉଷାଙ୍କ ସନ୍ଦେହ ଜନକ ଅବସ୍ଥାରେ ମେଡିକାଲ ବେଡ଼ରେ ମୃତ ଦେହ ପଡ଼ିଥିବା ଦେଖି ଓଷାକୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଥିଲେ l ଓଷାଙ୍କୁ ଯୌତୁକ ଓ ମାନସିକ ନିର୍ଯ୍ୟାତନା ଦେଇ ଶାଶୁ ଘର ଲୋକ ହତ୍ୟା କରିଥିବା ନେଇ ମୃତ ମହିଳାଙ୍କ ବାପା ଲିଖିତ ଅଭିଯୋଗ କରିଥିଲେ l ପୋଲିସ ଥାନା କେସ ନଂ ୧୧/୨୫ରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଓଷାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସ୍ୱାମୀ ଅର୍ଜୁନଙ୍କୁ ଗିରଫ କରି ପୋଲିସ ଛାନଭିନ ଚଳାଇଛି l

Leave a Reply

Your email address will not be published. Required fields are marked *