
କଣିହାଁ: ଅନୁଗୋଳ ଜିଲା କଣିହାଁ ବ୍ଲକ୍ର ବାଲିପଟ୍ଟା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭଣେଶ୍ବରୀ ଠାକୁରାଣୀଙ୍କର ବାର୍ଷିକ ପୂଜା ଗ୍ରାମବାସୀଙ୍କ ସହେଯାଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି । ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇ ମାଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। ପ୍ରଥମେ ଗ୍ରାମର ଆରାଧ୍ୟ ଦେବୀଙ୍କ ଆଲମ ଓ ପୂଜାରେ ବ୍ୟବହୃତ ଭୋଗ ସାମଗ୍ରୀ ଗ୍ରାମ କୋଠଘର ଠାରୁ ଏକ ବିରାଟ ପାଟପଟୁଆରରେ ବାହରି ଗ୍ରାମ ପରିକ୍ରମା କରିବା ସହିତ ମା’ ଭଣେଶ୍ବରୀ ଠାକୁରାଣୀଙ୍କ ପୀଠ ସ୍ଥଳରେ ପହଁଚିଥିଲେ । ମା’ଙ୍କର ଯଥାରୀତିନୀତି ଅନୁଯାୟୀ ଦୀର୍ଘ ଘଣ୍ଟା ଧରି ପୂଜାର୍ଚ୍ଚନା କରିଥିଲେ l ବହୁ ଭକ୍ତ ବିଭିନ୍ନ ମାନସିକ ନେଇ ମାଙ୍କ ନିକଟରେ ଶୁଭ ମାନସୀ ପୂଜା କରିଥିଲେ l ମହିଳା ମାନସିକଧାରୀ ମା’ଙ୍କ ପୀଠରେ ଅଧିଆ ପଡିଥିଵା ବେଳେ ମାନସିକ ଧାରୀ ମୁଣ୍ଡନ ହୋଇଥିଲେ l ଯାତ୍ରା ସ୍ଥଳରେ ମା’ଙ୍କର ପୂଜାର୍ଚ୍ଚନା ଓ ଦର୍ଶନ କରିବା ନିମନ୍ତେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।