ବାଗଡ଼ିଆ ସର୍ବ ଭାରତୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଯୋଗ ଦେଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ

ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇସ୍କୁଲ ପଡିଆରେ ଦିବାରାତ୍ର ସର୍ବଭାରତୀୟ ଭଳିବଲ ଉଦଯାପନୀ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଆନନ୍ଦ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଭାଗ ନେଇଥିବା ବେଳେ ୨ଦିନ ଧରି ଦିବାରାତ୍ର ଖେଳ ହୋଇଥିଲା। ଅନ୍ୟତମ ଅତିଥି ଭାବେ ପାଲଲହଡା,ଅନୁଗୋଳ ଓ ଛେଣ୍ତିପଦା ବିଧାୟକ ଯୋଗଦେଇ ଖେଳାଳୀ ଓ ଖେଳ ପ୍ରେମୀଙ୍କୁ ଉସ୍ଚାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ଫାଇନାଲ୍ ମ୍ୟାଚ WCR ଜବଲପୁର ବନାମ ବିଶାଖାପାଟଣା ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିବା ବେଳେ ୨-୧ ସେଟ୍ ରେ ଜବଲପୁର ବିଜୟୀ ହୋଇଛନ୍ତି ।