Author: Bhagirathi Today

ଜରପଡା ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ,ଯୋଗ ଦେଲେ ବିଧାୟକ

ଛେଣ୍ତିପଦା:ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଜରପଡା ସରସ୍ବତୀ ଶିଶୁ ମନ୍ଦିର ରେ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅତିଥିଭାବେ ଛେଣ୍ତିପଦା ବିଧାୟକ ଅଗସ୍ତି ବେହେରା , ସମ୍ବଲପୁର ସାଂସଦ ପ୍ରତିନିଧି ବିଜୟୀ କୁମାର ମାଝୀ ,ଛେଣ୍ତିପଦା ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୁର୍ଚ୍ଚା ସଭାପତି ସରୋଜ କୁମାର ଦେବତା ପ୍ରମୁଖ ଯୋଗଦେଇ ଶିଶୁ ବିଦ୍ୟାମନ୍ଦିର ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୁତ କରିବା ସହ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଅତିଥି ମାନେ ଦିଗଦର୍ଶନ […]

ବାଣ ବିସ୍ଫୋରଣରେ ବାଣ ଫୁଟାଳୀ ମୃତ୍ୟୁ

କଣିହାଁ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗେଂଠିଆ ଗ୍ରାମରେ ଅଭନୀୟ ଘଟଣା । ବାଣ ଫୁଟାଉ ଥିବା ବେଳେ ବାଣ ବିସ୍ଫୋରଣରେ ବାଣ ଫୁଟାଳୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।ସୂଚନା ଯେ, ରେଙ୍ଗାଳି ଥାନା ଗେଙ୍ଗୁଟିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାହାଘର ପ୍ରସେସନ ବେଳେ ବାଣ ଫୁଟାଳୀ ଜଣକ ବାଣ ଫୁଟାଉଥିଲେ । ତୋପ ବାଣକୁ ଏକ ଷ୍ଟାଣ୍ଡରେ ରଖି ନିଆଁ ଲଗାଉଥିବା ବେଳେ ଅସାବଧାନତା ଜଗୁ ଷ୍ଟାଣ୍ଡ ଟି ସାମାନ୍ୟ ଢଳି ପଡି […]

୭ ଆନ୍ତଜିଲା ଡ଼କାୟତ, ବନ୍ଧୁକ ଓ ଖଣ୍ତା ଜବତ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସକୁ ବଡ଼ ସଫଳତା l ୭ ଆନ୍ତଜିଲା ଡକାୟତ ଗାଙ୍ଗକୁ କାବୁ କଲା ଛେଣ୍ଡିପଦା ପୋଲିସ l ଅନୁଗୋଳ ଜିଲ୍ଲାର ୧୧ଟି ଥାନା ସମେତ ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ପାଣିକୋଇଲି ଅଞ୍ଚଳରେ ଡକାୟତ କରିଥିବା ସୂଚନା l ଉକ୍ତ ଡକାୟତ ଗ୍ୟାଙ୍ଗ ମଧ୍ୟରୁ ୩ଜଣଙ୍କର ଛେଣ୍ଡିପଦା ଥାନା ଅଞ୍ଚଳରେ ଡକାୟତ କରିଥିବା ସୂଚନା l ସେମାନଙ୍କ ମଧ୍ୟରୁ ୨ଜଣ ଡକାୟଙ୍କୁ ନେଇ ସିନରିକ୍ରିଏସନ କରିଛି ପୋଲିସ l ସୂଚନା ଯେ […]

ମାନବିକତା ଦେଖାଇଲେ ଅନୁଗୋଳ ଏସଡିପିଓ

ଛେଣ୍ଡିପଦା: ମାନବିକତା ଦେଖାଇଲେ ଅନୁଗୋଳ ଏସଡିପିଓ ରମାକାନ୍ତ ମାହାଳିକୀ । ଅନୁଗୋଳ- ଛେଣ୍ଡିପଦା ରାସ୍ତାରେ କୋଶଳା ଜଙ୍ଗଲ ନିକଟରେ ସ୍କୁଟିରୁ ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ବେଳେ ଛେଣ୍ତିପଦାରୁ କାର୍ଯ୍ୟ ସାରୁ ଅନୁଗୋଳ ଫେରୁଥିବା ବାଟରେ ଦୁର୍ଘଟଣା ଦେଖି ଅଟକିବା ସହ ନିଜ ଗାଡ଼ି ବସାଇ କୋଶଳା ମେଡ଼ିକାଲରେ ଗୁରୁତର ଆହତ ଯୁବକ ଧନେଶ୍ୱର ହନୁମାନଙ୍କୁ ଭର୍ତ୍ତି କରାଇଛନ୍ତି । ଧନେଶ୍ୱରଙ୍କ ମୁଣ୍ଡ , କାନ୍ଧ ଓ ଗୋଡରେ ଆଘାତ ଲାଗିଛି । ଗୁରୁତର ଆହତଙ୍କ […]

ଅଙ୍ଗନବାଡି କର୍ମୀମାନଙ୍କୁ ଯୁବକଙ୍କ ଅସଦାଚରଣ ସହ ସ୍କୁଲ ଗେଟ୍ ପକେଇଲେ ତାଲା ,୬ଘଣ୍ଟା ପରେ ହେଲେ ଉଦ୍ଧାର

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପିମ୍ପଳବାହାଳ ଗାଁରେ ଯୁବକଙ୍କ ଉନ୍ମୋତକାଣ୍ଡ ଅଙ୍ଗନବାଡି କର୍ମୀମାନଙ୍କୁ ଅସଦାଚରଣ ସହ ପକେଇଲେ ତାଲା । ସୂଚନା ଯେ , ଆଜି ୧୫ଅଧିକ ଅଙ୍ଗନବାଡ଼ି ବୈଠକ କରୁଥିବା ବେଳେ ସେହି ଗ୍ରାମର ଯୁବକ ପିଣ୍ଟୁ ମହାପାତ୍ର ମଦ୍ୟପାନ କରି ପ୍ରଥମେ ଗାଳିଗୁଲଜ ପରେ ଫୋଟ ଉଠାଇବାକୁ ବାଧ୍ୟ କରିଥିଲେ । ଅଙ୍ଗନବାଡ଼ି କର୍ମୀମାନେ ବିରୋଧ କରିବାରୁ ଯୁବକ ଜଣକ ତାଲା ପକାଇ ଦେଇଥିଲେ। ଅଙ୍ଗନବାଡି କର୍ମୀ ମାନେ ଛେଣ୍ଡିପଦା ସିଡିପିଓ ଙ୍କୁ […]

ଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ

ଅନୁଗୁଳ : ପ୍ରାୟ ଗୋଟିଏ ମାସ ଧରି ଅନୁଗୁଳର ଜିନ୍ଦଲ ନଗରରେ ଚାଲିଥିବା ଜିନ୍ଦଲ ପ୍ରିମୟର ଲିଗ ୨୦୨୪-୨୫ ଉଦଯାପିତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ପ୍ରତିଭାବାନ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ଲିଗ୍ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ, ଜାନୁୟାରୀ ୧୭ ତାରିଖ ଯାଏଁ ଚାଲିଥିଲା । ଜେଏସପି ଅନୁଗୁଳର ମାନବ ସମ୍ବଳ ବିଭାଗ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୩ଟି ବର୍ଗ ଯଥା- ଜେଏସପି ଜେଣ୍ଟସ୍, ଜେଏସପି […]

ବିନା ଯନ୍ତ୍ରୀରେ ଛାତ ନିର୍ମାଣ ,ନିମ୍ନମାନର କାର୍ଯ୍ୟକୁ ବିରୋଧ

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ବନରଖି ବାସଭବନ କାର୍ଯ୍ୟ ନିମ୍ନମାନର ନିର୍ମାଣକୁ ଠିକାଦାର ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି । ଅନ୍ୟ ପକ୍ଷରେ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ନିମ୍ନ ମାନର କାମ ଯୋଗୁଁ ସଙ୍ଘ ପକ୍ଷରୁ ବିରୋଧ ପରେ ଯନ୍ତ୍ରୀ ଦୀର୍ଘ ସମୟ ପରେ ଆସି ସଠିକ ଭାବରେ ରଡ ବନ୍ଧା ହୋଇନଥିବାରୁ କାମ ବନ୍ଦ ରହିଛି। ବାସଭବନ ନିର୍ମାଣ ପାଇଁ ବନ ବିଭାଗ ପକ୍ଷରୁ ୧୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। […]

ମହିଳାଙ୍କ ମୃତ ଦେହକୁ ମେଡିକାଲରୁ ଜବତ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛେଣ୍ଡିପଦା :ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ପୋଲିସ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଥିବା ବେଳେ ମହିଳାଙ୍କୁ ଯୌତୁକ ଓ ମାନସିକ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ l ମୃତ ମହିଳା ଜଣଙ୍କ ହେଉଛନ୍ତି ପାତ୍ରପଡା ଗାଁର ଅର୍ଜୁନ ନାଏକଙ୍କ ସ୍ତ୍ରୀ ଓଷା ନାଏକ l ସୂଚନା ଯେ, ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମର ଓଷା ନାଏକ ବାଗଡିଆ ଥାନା ପାତ୍ରପଡା ଗାଁର ଅର୍ଜୁନ ନାଏକଙ୍କୁ […]

ପଞ୍ଚାୟତ ସମିତି ବୈଠକ ସହ ଭତ୍ତା ବଣ୍ଟନ

କଣିହାଁ:ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ପବିତ୍ର ମୋହନ ସଭାଗୃହ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ଏବଂ ୮୦% ରୁ ଉର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩୫୦୦ଟଙ୍କା ବର୍ଦ୍ଧିତ ଭତ୍ତା ବିତରଣ ସହ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବ୍ରଜ କିଶୋର ପ୍ରଧାନ, ପାଳଲହଡା […]

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ପ୍ରଥମ ପୁରସ୍କାର

ଅନୁଗୋଳ: ଆଂଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଆନୁକୁଲ୍ୟରେ ଭୁବନେଶ୍ୱର ଏକାମ୍ର କାନନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ଏହି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୭ ତାରିଖରେ ଉଦଘାଟନ କରିଥିବା ବେଳେ ୧୨ ତାରିଖରେ ଏହି ପ୍ରଦର୍ଶନୀ ଉଦଯାପିତ ହୋଇଥିଲା ।ଜେଏସପିର ପୁଷ୍ପ ପ୍ରଦର୍ଶନୀ ଉଭୟ ବିଚାରକ ଏବଂ ପରିଦର୍ଶକଙ୍କୁ ଆକର୍ଷିତ କରିଥିଲା । […]