କଣିହାଁ:ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ପବିତ୍ର ମୋହନ ସଭାଗୃହ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ଏବଂ ୮୦% ରୁ ଉର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩୫୦୦ଟଙ୍କା ବର୍ଦ୍ଧିତ ଭତ୍ତା ବିତରଣ ସହ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବ୍ରଜ କିଶୋର ପ୍ରଧାନ, ପାଳଲହଡା ବିଧାୟକ ଅଶୋକ ମହାନ୍ତି ଓ ବିଡିଓ ଦେବଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଛି ସରପଞ୍ଚ ଓ ସମିତି ସଭ୍ୟ ମାନେ ନିଜ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।