
କଣିହାଁ:ଅନୁଗୋଳ ଜିଲ୍ଲା ଏନଟିପିସି ଥାନା ଅଞ୍ଚଳରୁ ଚୋରା ଡିଜେଲ ଟ୍ୟାଙ୍କର ଜବତ କଲା ତାଳଚେର ଉପଜିଲ୍ଲାପାଳ । ଦିର୍ଘ ଦିନ ହେବ ତାଳଚେର ଅଞ୍ଚଳରୁ ବିଭିନ୍ନ କୋଇଲା ଖଣିରୁ ଚୋରି ହେଉଥିବା ଡିଜେଲ ଟ୍ୟାଙ୍କର ମାଧ୍ୟମରେ କଣିହାଁ ଅଞ୍ଚଳରେ ବିକ୍ରୀ ହେଉଛି । ଏବଂ ଏନେଇ ଅନେକ ବାର ଅଭିଯୋଗ ମଧ୍ୟ ହୋଇଛି ।ତାଳଚେର ଉପଜିଲ୍ଲାପାଳ ଏକ ଜରୁରୀ କାର୍ଯ୍ୟରେ କଣିହାଁ ଯାଉଥିବା ସମୟରେ ରାସ୍ତା ଅବରୋଧ କରି ଅନ୍ୟ ଏକ ପାଉଁଶ ବୋଝେଇ ଟ୍ରକରେ ଡିଜେଲ ଭରିବା ସମୟରେ ଉପଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ତେବେ ବେଆଇନ ଭାବରେ ରାସ୍ତାକୁ ଅବରୋଧ କରି ଅନ୍ୟ ଟ୍ରକରେ ଡିଜେଲ ଭର୍ତ୍ତି କରୁଥିବା ଉପଜିଲ୍ଲାପାଳ ଦେଖି ତେଲ ଟ୍ୟାଙ୍କରଟିକୁ ଅଟକ ରଖିଥିଲେ । ତେଲର ପ୍ରକାର ଏବଂ ମାନ ଜାଣିବା ପାଇଁ ତେଲର ନମୁନାକୁ ପରିକ୍ଷାଗାରକୁ ପଠାଯାଇଥିବା ଉପଜିଲ୍ଲାପାଳ ସମୀର କୁମାର ଜେନା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ତେଲ ଟ୍ୟାଙ୍କରଟି ବାହାର ରାଜ୍ୟରୁ ଡିଜେଲ ଆଣି ଏହିଠାରେ ଖୋଲାରେ ବିକ୍ରି କରୁଥିବା ଦେଖୀବାକୁ ମିଳିଛି । ତେବେ ଏହା ଦ୍ବାରା ରାଜ୍ୟ ସରକାର ଓ ତେଲ ଟାଙ୍କି ମାଲିକ ମାନେ କ୍ଷତି ସହୁଥିବା ସୂଚନା ରହିଛି । ତେବେ ଟ୍ୟାଙ୍କରଟିରେ ପାଖାପାଖି ୧୮ ହଜାର ଲିଟର ଡିଜେଲ ରହିଥିବା ବେଳେ ଏହା କେଉଁଠୁ ଆସିଥିଲା ଟ୍ୟାଙ୍କରଟିକୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି । ପ୍ରତ୍ୟେକ ଦିନ ୮ରୁ ୧୦ ଟି ଚୋରା ଡିଜେଲ ଙ୍କର ଆସୁଥିବା ବେଳେ ଯୋଗାଣ ବିଭାଗ , ପୋଲିସ ଓ ପ୍ରଶାସନ ସବୁ ଜାଣି ଚୁପ୍ , ଘଟଣା ପ୍ରଭାବ ସାଳୀ ବ୍ୟକ୍ତି ଥିବାରୁ ତଦନ୍ତ ବାଟବଣା ହେଉଥିବା ଲୋକଙ୍କ ଅଭିଯୋଗ ।
