କଣିହାଁ :ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ବଡଗୁଣ୍ତୁରୀ ଜଙ୍ଗଲ ନିକଟରେ ବନବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ୍ କରୁ ଥିବା ୨ଟି ଦେଶୀ ହାତ ତିଆରି ବୋମା ଜବତ ସହ ଜଣେ ଶିକାରୀ ଗିରଫ ହୋଇଛି । ଶିକାରୀ ଜଣକ ହେଲେ ଜାମୁଜେଳୀ ଗାଁର ଲିପୁ ଗଡନାୟକ । ସୂଚନା ଯେ , ବନବିଭାଗ କର୍ମଚାରୀ କିଛି ଦିନ ହେବ ଖବର ପାଇ ବଡଗୁଣ୍ତୁରୀ ଅଞ୍ଚଳରେ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଶିକାରୀ ଜଣଙ୍କୁ ଗିରଫ କରିବା ସହ ୨ଟି ହାତ ତିଆରି ଦେଶୀ ବୋମା ଜବତ କରିଛି । ଶିକାରୀ ଜଣେ ବନ୍ୟଜନ୍ତୁ ଶିକାର ଉଦେଶ୍ୟ ରେ ବୋମା ବିଛାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
