ବିନା ଯନ୍ତ୍ରୀରେ ଛାତ ନିର୍ମାଣ ,ନିମ୍ନମାନର କାର୍ଯ୍ୟକୁ ବିରୋଧ

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ବନରଖି ବାସଭବନ କାର୍ଯ୍ୟ ନିମ୍ନମାନର ନିର୍ମାଣକୁ ଠିକାଦାର ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି । ଅନ୍ୟ ପକ୍ଷରେ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ନିମ୍ନ ମାନର କାମ ଯୋଗୁଁ ସଙ୍ଘ ପକ୍ଷରୁ ବିରୋଧ ପରେ ଯନ୍ତ୍ରୀ ଦୀର୍ଘ ସମୟ ପରେ ଆସି ସଠିକ ଭାବରେ ରଡ ବନ୍ଧା ହୋଇନଥିବାରୁ କାମ ବନ୍ଦ ରହିଛି। ବାସଭବନ ନିର୍ମାଣ ପାଇଁ ବନ ବିଭାଗ ପକ୍ଷରୁ ୧୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଫଳରେ ଉଚ୍ଚ ସ୍ତରୀୟ ତଦନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଇଛି ।

Leave a Reply

Your email address will not be published. Required fields are marked *