କାଳୀ ମନ୍ଦିରରୁ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ଚୋରି

ଛେଣ୍ତିପଦା:ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୋଶଳା ଗ୍ରାମର କଇଥଢିପ କାଳୀ ମନ୍ଦିରରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ସୂଚନା ଯେ, ମନ୍ଦିର ରେ ଆଜି ପୂଜକ ପୂଜା କରି ଆସିବାରୁ ମନ୍ଦିର ତାଲା ଭାଙ୍ଗି ଦୁର୍ବୁତ୍ତ ମନ୍ଦିର ଥିବା ସୁନା ଗହଣା ଓ ପିତଳ ସାମଗ୍ରୀ ଚୋରି କରି ନେଇଥିବା ବେଳେ ଏହାର ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ଫଳରେ ଦଣ୍ତନୃତ୍ୟ କରୁଥିବା କରୁଥିବା କଳାକାର ମାନେ ମନ୍ଦିର ପହଞ୍ଚିବା ସହ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।