ଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ

ଅନୁଗୁଳ : ପ୍ରାୟ ଗୋଟିଏ ମାସ ଧରି ଅନୁଗୁଳର ଜିନ୍ଦଲ ନଗରରେ ଚାଲିଥିବା ଜିନ୍ଦଲ ପ୍ରିମୟର ଲିଗ ୨୦୨୪-୨୫ ଉଦଯାପିତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ପ୍ରତିଭାବାନ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ଲିଗ୍ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ, ଜାନୁୟାରୀ ୧୭ ତାରିଖ ଯାଏଁ ଚାଲିଥିଲା । ଜେଏସପି ଅନୁଗୁଳର ମାନବ ସମ୍ବଳ ବିଭାଗ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୩ଟି ବର୍ଗ ଯଥା- ଜେଏସପି ଜେଣ୍ଟସ୍, ଜେଏସପି ଲେଡିଜ୍ ଏବଂ ଜେଏସପି ସ୍କୁଲ ଟିମ ଭାଗ ନେଇଥିଲେ ।
ଜେଏସପି ଜେଣ୍ଟସ୍ ବର୍ଗରେ ୫୪ଟି ଦଳ ଭାଗ ନେଇଥିଲେ । ବିଭିନ୍ନ ବିଭାଗ ଓ ଭେଣ୍ଡରମାନଙ୍କୁ ନେଇ ଗଠିତ ହୋଇଥିବା ଏହି ଦଳସବୁ ୧୦ ଓଭର ବିଶିଷ୍ଟ ୫୪ଟି ମ୍ୟାଚ୍ ଖେଳିଥିଲେ । ଫାଇନାଲ ମ୍ୟାଚରେ ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଦଳ ଏବଂ ସିଏଚପି ସ୍ମାସରର୍ସ ଦଳ ମଧ୍ୟରେ ଟାଇଟଲ ମୁକାବିଲା ହୋଇଥିଲା । ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବା ସହ ସିଏଚପି ସ୍ମାସରର୍ସ ଦଳ ରଖିଥିବା ୧୨୧ ରନର ବିଜୟ ଲକ୍ଷ୍ୟକୁ ୯ ଓଭରରେ ୫ ୱିକେଟ ହରାଇ ହାସଲ କରି ଚାମ୍ପିୟନ ହୋଇଥିଲା ।ଟୁର୍ଣ୍ଣାମେଣ୍ଟ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଲୁନାଙ୍କୁ ମ୍ୟାନ ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ରେ ସେ ୬ ୱିକେଟ ସହ ୨୧୩ ରନ ସଂଗ୍ରହ କରିଥିବାରୁ ତାଙ୍କୁ ବେଷ୍ଟ ବ୍ୟାଟସମ୍ୟାନର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସେହିପରି ଫାଇନାଲ ମ୍ୟାଚରେ ୧୨ ବଲରେ ୩୮ ରନ ସଂଗ୍ରହ କରିଥିବା ଚିନ୍ମୟ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ୬ଟି ମ୍ୟାଚରେ ୧୧ଟି ୱିକେଟ ନେଇଥିବା ମରିୟାପ୍ପାନଙ୍କୁ ଶ୍ରେଷ୍ଠ ବୋଲର ଭାବେ ଘୋଷଣା କରାଯାଇଥିଲା । ବିଜୟୀ ଦଳର ଅଧିନାୟକ ଦେବେଶ ଦୀପକ ଏବଂ ରନର୍ସ ଅଫ ଦଳର ଅଧିନାୟକ ତନ୍ମୟ ପ୍ରଧାନ ଉଚ୍ଚସ୍ତରୀୟ ନେତୃତ୍ୱ ପ୍ରଦାନ କରିଥିଲେ । ଉଭୟ ଦଳର ଅଧିନାୟକ ଏଭଳି ଆକର୍ଷଣୀୟ ଆୟୋଜନ ପାଇଁ ଆୟୋଜକ ଏବଂ ଜେଏସପି ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଅର୍ପଣ କରିଥିଲେ ।ଜେଏସପି ଲେଡିଜ ବର୍ଗରେ ୪ଟି ଦଳ ଭାଗ ନେଇଥିଲେ । ଏଥିରେ ଜେକ୍ୟୁଏଲସି କ୍ଲବକୁ ପରାସ୍ତ କରି ଜେକ୍ୟୁଏସଏଫଏସଏସ ଦଳ ଚାମ୍ପିୟନ ହୋଇଥିଲା । ସେହିପରି ସ୍କୁଲ ଟିମ ବର୍ଗରେ ଓପି ଜିନ୍ଦଲ ସ୍କୁଲ ଏକାଦଶ, ସାବିତ୍ରୀ ଜିନ୍ଦଲ ଡିଏଭି ସ୍କୁଲକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା ।ଫାଇନାଲ ମ୍ୟାଚରେ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ଦିଲ୍ଲୀପ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଦଳ ଓ ଖେଳାଳିଙ୍କ ଖେଳୁଆଡ ମନୋଭାବକୁ ବେଶ ପ୍ରଶଂସା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏସଏମଏସ ଅଧ୍ୟକ୍ଷ ଶ୍ରୀ ଅତୁଲ ଦୁବେ, ଏଭିବି-ଏସଏମଏସ ଶ୍ରୀ ଶ୍ରୀକାନ୍ତ ଆତ୍ରେ, ଜିଏମ-ବିଏଚଆର ଶ୍ରୀ ଶରତ କିଶୋର ପଣ୍ଡା, ଜିଏମ ସେପ୍ଟି ଶ୍ରୀ ରାଜୀବ ସୋନି ପ୍ରମୁଖ ପୁରସ୍କାର ବିତରଣ ଉତ୍ସବରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *