ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପକ୍ଷରୁ ନିଯୁକ୍ତି ମେଳା

କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ପବିତ୍ର ମୋହନ ଗୃହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି , ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ , ବିଡ଼ିଓ ଦେବଦତ୍ତ ପ୍ରଧାନ ପ୍ରମୁଖ ଯୋଗାଇ ଏହି ନିଯୁକ୍ତି ମେଳାରେ ବ୍ଲକ୍ ର ପାଠପଢି ବେକାର ଥିବା ଯୁବକ ଯୁବତୀଙ୍କୁ ସ୍ବଳ୍ପ କାଳୀନ ଓ ଦୀର୍ଘ ମିଆଦୀ ପ୍ରଶିକ୍ଷଣ ଓ ନିଯୁକ୍ତି ବିଷୟରେ ପରାମର୍ଶ ଦେଇଥିଲେ । ୧୧ରୁ ଅଧିକ ପ୍ରଶିକ୍ଷକ ସଂସ୍ଥା ଯୋଗ ଦେଇ ଯୁବକ ଯୁବତୀଙ୍କୁ ପଞ୍ଜିକରଣ କରି ମେଳାରେ ଭାଗ ନେଇଛନ୍ତି ।