କଣିହାଁ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗେଂଠିଆ ଗ୍ରାମରେ ଅଭନୀୟ ଘଟଣା । ବାଣ ଫୁଟାଉ ଥିବା ବେଳେ ବାଣ ବିସ୍ଫୋରଣରେ ବାଣ ଫୁଟାଳୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।ସୂଚନା ଯେ, ରେଙ୍ଗାଳି ଥାନା ଗେଙ୍ଗୁଟିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାହାଘର ପ୍ରସେସନ ବେଳେ ବାଣ ଫୁଟାଳୀ ଜଣକ ବାଣ ଫୁଟାଉଥିଲେ । ତୋପ ବାଣକୁ ଏକ ଷ୍ଟାଣ୍ଡରେ ରଖି ନିଆଁ ଲଗାଉଥିବା ବେଳେ ଅସାବଧାନତା ଜଗୁ ଷ୍ଟାଣ୍ଡ ଟି ସାମାନ୍ୟ ଢଳି ପଡି ଯୁବକ ଜଣକ ଧରିଥିବା ବ୍ୟାଗ ଭିତରେ ତୋପ ବାଣ ଟି ପଶି ଯାଇଥିଲା । ବ୍ୟାଗ ରେ ଥିବା ପାଖାପାଖି 20 ରୁ ଉର୍ଧ୍ଵ ତୋପ ବାଣ ରେ ନିଆଁ ଲାଗି ଅଚାନକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋର ରେ ଥିଲା କି ଯୁବକ ଜଣକ 15 ରୁ 20 ଫୁଟ ଉପରକୁ ଉଠି ତଳେ ପଡ଼ିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇ ରେଙ୍ଗାଳି ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି।ଯୁବକ ଜଣଙ୍କ ତାଳଚେର ଅଞ୍ଚଳର ସନ୍ଥପଡା ଗାଁର ଉଗରେଶେନ ବେହେରା ବୋଲି ଜଣାପଡିଛି ।