ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କମ୍ପସଲା ଗ୍ରାମ ନିକଟରେ ଜନ ସେବା କେନ୍ଦ୍ର ମାଲିକକୁ ଖଣ୍ତାରେ ଆକ୍ରମଣ ,ପିସ୍ତଲ ଦେଖାଇ ୪୯ ଜହାର ଟଙ୍କା ଲୁଟ୍ ଥାନାରେ ଅଭିଯୋଗ । ସୂଚନା ଯେ , କମ୍ପସଲା ଠାରେ କେନ୍ଦୁପସି ଗାଁର ଯୁବକ ଜିତେନ୍ଦ୍ର କୁମାର ସାହୁ ପ୍ରତେକ ଦିନ ପରି ଘରକୁ ଫେରୁଥିବା ବାଟରେ ଏକ ବାଇକ୍ ରେ ୨ଜଣ ଦୁର୍ବୁତ୍ତ ଖଣ୍ତାରେ ହାଣିବାସହ ପିସ୍ତଲ ଦେଖାଇ ଲାଫଟପ୍ , କାଗଜପତ୍ର ଓ ନଗଦ ୪୯ ହଜାର ୯୦୦ ଟଙ୍କା ଲୁଟି ନେଇଛନ୍ତି । ଫଳରେ ଜନ ସେବା ମାଲିକ ଜିତେନ୍ଦ୍ର କୁମାର ସାହୁ ଛେଣ୍ତିପଦା ଥାନାରେ ଅଭିଯୋଗ କରିଛନ୍ତି।