ରାଜ୍ୟ ସ୍ତରୀୟ ଗୋପାଳ ଜୀ କ୍ରିକେଟ୍ କପ୍ , ଭଦ୍ରକ ହିଟ୍ ମାଇଂଣ୍ତି ଚମ୍ପିୟାନ

କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ କଂସମୁଣ୍ତା ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ତୃତୀୟ ତମ ଗୋପାଳ ଜୀ କ୍ରିକେଟ୍ କପ୍ ଟୁର୍ନାମେଣ୍ଟ ଉଦଯାପିତ । ଅତିଥି ଭାବେ ଯୋଗ ଦେଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ , କଣିହାଁ ଥାନା ଅଧିକାରୀ ରମଣି ରଞ୍ଜନ ଦଳେଇ ଯୋଗାଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଫାଇନାଲ ମ୍ୟାଚରେ ଭଦ୍ରକ ଇମେଜ ଇଲେଭେନ୍ ସହ ଭଦ୍ରକ ହିଟମାଇଂଣ୍ତି ମଧ୍ୟ ମ୍ୟାଚରେ ୩-୨ ସିରିଜିରେ ହିଟମାଇଂଣ୍ତି ବିଜୟ ହୋଇ ଚମ୍ପିୟାନ ହୋଇଛନ୍ତି ।ଖେଳରେ ଦୃଢ଼ ଇଛା ଓ ମାନବଳ ଲଗାଇ ଖେଳୀଲେ ଆଗାମୀ ଦିନରେ ରାଜ୍ୟ ତଥା ଦେଶରେ ଖେଳାଳୀ ଭାବରେ ସ୍ଥାନ ପାଇପାରିବେ ବୋଲି ଅତିଥି ମାନେ କହିଛନ୍ତି l ବିଭିନ୍ନ ଜିଲ୍ଲାର ୮ ଟି ଟିମ୍ ଖେଳରେ ଭାଗ ନେଇଥିବା ବେଳେ ଗୋପାଳ ଜୀ କ୍ଲବ ଓ ଗ୍ରାମବାସୀଙ୍କୁ ସହଯୋଗରେ ଟୁର୍ନାମେଣ୍ଟ ଟି ଅନୁଷ୍ଠିତ ହୋଇଯାଇଛି ।